Page Nav

HIDE

Classic Header

{fbt_classic_header}

Top Ad

Breaking News:

latest
//

ଭାରତକୁ ସାହାଯ୍ୟ କରି ପାକିସ୍ତାନକୁ ହରାଇବାର ମନ୍ତ୍ର ଦେଲେ ସାହିଦ ଆଫ୍ରିଦ

  ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଆରମ୍ଭ ହୋଇଯାଇଛି। ଏହି ମ୍ୟାଚ ପୂର୍ବରୁ ପାକିସ୍ତାନର କ୍ରିକେଟର ସାହିଦ ଆଫ୍ରିଦି ଭାରତକୁ ସାହାଯ୍ୟ କରିବାକୁ ଯାଇ ପ...

 


ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଆରମ୍ଭ ହୋଇଯାଇଛି। ଏହି ମ୍ୟାଚ ପୂର୍ବରୁ ପାକିସ୍ତାନର କ୍ରିକେଟର ସାହିଦ ଆଫ୍ରିଦି ଭାରତକୁ ସାହାଯ୍ୟ କରିବାକୁ ଯାଇ ପାକିସ୍ତାନ କ୍ରିକେଟ ଖେଳାଳିଙ୍କୁ ହରାଇବା ପାଇଁ ଗୁରୁମନ୍ତ୍ର ଦେଇଛନ୍ତି।ପାକିସ୍ତାନକୁ କିଭଳି ହରାଇବାକୁ ହେବ ସେ ପ୍ରସଙ୍ଗରେ ଆଲୋଚନା କରି ଆଫ୍ରିଦି କହିଛନ୍ତି, ‘ଭାରତକୁ ଅଟେକିଙ୍ଗ କ୍ରିକେଟ ଖେଳିବାକୁ ହେବ ଓ ପାକିସ୍ତାନ ଖେଳାଳଙ୍କୁ ଲାଇନ ଲେନ୍ଥ ବଦଳାଇବାକୁ ହେବ। ବୀରେନ୍ଦ୍ର ସେହୱାଗଙ୍କ ଖେଳ କଥା ଦେଖିବାକୁ ଗଲେ ସେ ପ୍ରଥମ ବଲରେ ହିଁ ଆକ୍ରମଣ କରିବା ଆରମ୍ଭ କରିଥାଆନ୍ତି। ତେଣୁ ମୋ କହିବାର କଥା ପ୍ରଥମରୁ ହଁ ପାକିସ୍ତାନ ଖେଳାଳିଙ୍କ ଉପରେ ଆକ୍ରମଣ କରିବାକୁ ହେବ। ନଚେତ କିଛି କରି ହେବନାହିଁ। ଭାରତୀୟ ବ୍ୟାଟରଙ୍କୁ ପ୍ରଥମରୁ ମଜବୁତର ସହ ଖେଳିବାକୁ ହେବ, ତାହାଲେ ଯାଇ ପାକିସ୍ତାନୀ ‌ଖେଳାଳି ବ୍ୟାକଫୁଟକୁ ଆସିଯିବେ। ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳ ଆରମ୍ଭ ହୋଇଯାଇଥିବା ବେଳେ ବର୍ତ୍ତମାନସୁଦ୍ଧା ଚଳିତ ଏସିଆ କପ୍‌ରେ ଭାରତ ପୂର୍ଣ୍ଣାଙ୍ଗ ମ୍ୟାଚ୍‌ ଖେଳିପାରିନାହିଁ। ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ଅଧାରୁ ବନ୍ଦ ହେବା ପରେ ନେପାଳ ବିପକ୍ଷରେ ମଧ୍ୟ ବର୍ଷା ବାଧକ ସାଜିଥିଲା। ଭାରତର ବ୍ୟାଟିଂ ବେଳକୁ ଓଭର କମ୍‌ କରି ସଂଶୋଧିତ ଲକ୍ଷ୍ୟ ଦିଆଯାଇଥିଲା। ଯାହାଫଳରେ କେବଳ ଶୁବମନ ଗିଲ୍‌ ଓ ରୋହିତ ଶର୍ମା ଭାରତକୁ ଜିତାଇଦେବାରୁ ଅନ୍ୟମାନଙ୍କ ବ୍ୟାଟିଂ ଦେଖିବାକୁ ମିଳିନଥିଲା। ରବିବାରକୁ ମଧ୍ୟ ସମାନ ପରିସ୍ଥିତି ରହୁଛି। ଦେଖିବାକୁ ରହିଲା ଆଗକୁ ଖେଳ କେ‌ତେଦୂର ଯାଉଛି।

No comments