ରୋଗୀ ମାନଙ୍କ ପାଇଁ ଆସିଛି ବହୁତ ବଡ ଖୁସି ଖବର , ଆଉ ପୀଡ଼ିତ ଙ୍କ ପରିବାର ପାଇଁ ମଧ୍ୟ ଖୁସି ଖବର। ଏଥର ଆଉ ରୋଗରେ ପଡ଼ି ଯିବ ନାହିଁ କାହାର ଜୀବନ, ରୋଗରେ ପଡିଲେ ବି...
ରୋଗୀ ମାନଙ୍କ ପାଇଁ ଆସିଛି ବହୁତ ବଡ ଖୁସି ଖବର, ଆଉ ପୀଡ଼ିତ ଙ୍କ ପରିବାର ପାଇଁ ମଧ୍ୟ ଖୁସି ଖବର। ଏଥର ଆଉ ରୋଗରେ ପଡ଼ି ଯିବ ନାହିଁ କାହାର ଜୀବନ, ରୋଗରେ ପଡିଲେ ବି ହାନି ହେବ ନାହିଁ ପ୍ରାଣ।
ଯୋଉ ରୋଗ କୁ ନେଇ ସମସ୍ତେ ଭୟ କରୁଥିଲେ, ସେଇ ଭୟ ଏବେ ଦୂର ହୋଇଯିବ। ଯୋଉ ରୋଗରେ ପଡି ହଜାର ହଜାର ଲୋକଙ୍କ ଜୀବନ ଚାଲି ଯାଉଥିଲା, ଏବେ ସେଇ ରୋଗ ପାଇଁ ଆସି ଯାଇଛି ଭ୍ୟାକ୍ସିନ ବା ଟିକା।
ବର୍ଷ ବର୍ଷ ଧରି ଯେଉଁ ଟୀକା କୁ ସମସ୍ତଙ୍କର ଅପେକ୍ଷା ଥିଲା, ସେଇ ଟୀକା ଏବେ ହାତ ପାହାନ୍ତା ରେ ମିଳିବାକୁ ଯାଉଛି। ତାହା ପୁଣି ଅତି କମ୍ ଦାମ ରେ, ସମସ୍ତେ କିଣି ପରିବା ପରି ମୂଲ୍ୟରେ।
ହଁ ଦର୍ଶକ ବନ୍ଧୁ, ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଉଥିବା କ୍ୟାନ୍ସର ରୋଗ ପାଇଁ ଏବେ ଭ୍ୟାକ୍ସିନ ଆସି ଯାଇଛି। ଅନେକ ପରିବାର ମୁହଁରୁ ହସ ଛଡ଼େଇ ନେଉଥିବା କ୍ୟାନ୍ସର ରୋଗ ପାଇଁ ଏବେ ଔଷଧ ଆସି ଯାଇଛି।
ଆଉ ଅକାଳରେ ଜୀବନ ଜୀବନୀ କି କାହା ପାରିବାର ଅନାଥ ହେବନି। ଅତି ସ୍ୱଳ୍ପ ମୂଲ୍ୟରେ ଏହି ଟୀକା ଏବେ ବଜାରରେ ମିଳିବ।
କ୍ୟାନ୍ସରକୁ ମାତ୍ ଦେବାକୁ ଖୁବ୍ଶୀଘ୍ର ବଜାରରେ ଉପଲବ୍ଧ ହେବ କ୍ୟାନ୍ସର ଭ୍ୟାକ୍ସିନ୍ । ସେରମ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଏହି ଟିକା ବଜାରରେ ଉପଲବ୍ଧ ହେବା ନେଇ ସୂଚନା ଦିଆଯାଇଛି । ମିଳିଥିବା ତଥ୍ୟ ଅନୁସାରେ ଚଳିତ ମାସ ଶେଷ ସୁଦ୍ଧା ଗର୍ଭାଶୟ କ୍ୟାନ୍ସର ପାଇଁ ଭ୍ୟାକ୍ସିନ୍ ବଜାରେ ମିଳିବ । ଏହି ଭ୍ୟାକ୍ସିନ୍ ମାତ୍ର ୨୦୦୦ ଟଙ୍କାରେ ବିକ୍ରି ହୋଇପାରେ ବୋଲି କୁହାଯାଉଛି ।
ଗତ ଜାନୁଆରୀ ମାସ ୨୪ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା , ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର CEO ଆଦର ପୁନାୱାଲାଙ୍କ ଉପସ୍ଥିତିରେ ଏହାର ଆରମ୍ଭ ହୋଇଥିଲା । ଯାହା ଆଗାମୀ ଦିନରେ ବଜାରକୁ ଆସିବାକୁ ଯାଉଛି । ଆଉ ଏହା ଭାରତର ପ୍ରଥମ ଗର୍ଭାଶୟ କ୍ୟାନ୍ସର ଭ୍ୟାକ୍ସିନ୍ ହେବ ।
ଅଧିକାରୀ ଙ୍କ କହିବା ଅନୁସାରେ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଚିଠି ଲେଖି ଏ ସମ୍ପର୍କରେ ଜଣାଯାଇଛି । ଘରୋଇ ବଜାରରେ ଏହି ଗର୍ଭାଶୟ କର୍କଟ ଟିକାର ମୂଲ୍ୟ ଡୋଜ ପ୍ରତି ୨୦୦୦ ଟଙ୍କା ନିର୍ଦ୍ଧାରିତ କରାଯାଇଛି । ଏହି ଟିକା ବଜାରରେ ୨ଟି ଡୋଜ୍ ଆକାରରେ ଉପଲବ୍ଧ ହେବ । ଯାହାକି ଅନ୍ୟ ଟିକା ଠାରୁ କମ୍ ମୂଲ୍ୟ ରହିବ ବୋଲି କୁହାଯାଇଛି । ଏହା ବ୍ୟତୀତ ସରକାରଙ୍କ ପକ୍ଷରୁ ଏହି ଟିକାକୁ କମ୍ ମୂଲ୍ୟରେ ଉପଲବ୍ଧ କରାଯିବ ବୋଲି ମଧ୍ୟ କୁହାଯାଇଛି ।
ଏ ଖବର ଆସିବା ପରେ କ୍ୟାନସର ରୋଗୀଙ୍କ ମନରେ ଆଶା ଜାଗ୍ରତ ହୋଇଛି
No comments