Page Nav

HIDE

Classic Header

{fbt_classic_header}

Top Ad

Breaking News:

latest
//

ବିଛେଇ ହୋଇ ପଡୁଛି କୁଢ଼ କୁଢ଼ ଶବ

    କୁଢ଼ କୁଢ଼ ହୋଇ ବିଛେଇ ପଡ଼ିଛି ଶବ , ସତେ ଯେମିତି ଚାଲିଛି ଶବର ଶୋଭାଯାତ୍ରା। ବାପାର ଶବ କୁ କୋଳରେ ଧରି କାନ୍ଦୁ କାନ୍ଦୁ କେତେବେଳେ ପୁଅ ବି ଶବ ପାଲଟି ଯାଉଛି । ଗ...

 

 କୁଢ଼ କୁଢ଼ ହୋଇ ବିଛେଇ ପଡ଼ିଛି ଶବ, ସତେ ଯେମିତି ଚାଲିଛି ଶବର ଶୋଭାଯାତ୍ରା। ବାପାର ଶବ କୁ କୋଳରେ ଧରି କାନ୍ଦୁ କାନ୍ଦୁ କେତେବେଳେ ପୁଅ ବି ଶବ ପାଲଟି ଯାଉଛି । ଗୋଟିଏ ଭଙ୍ଗା କାନ୍ଥ ତଳେ ପୋତି ହୋଇ ପଡ଼ୁଛି ସାରା ପରିବାର ର ଶବ। ଜଣଙ୍କ ଶବ ଉଦ୍ଧାର କରୁ କରୁ ଆଉ ଜଣେ କେତେବେଳେ ଶବ ହୋଇ ଯାଉଛି , ସେ ନିଜେ ବି ଜାଣି ପାରୁନି। ସତେ ଯେମିତି ଯମ ଦେବତା ସେଇ ଗୋଟିଏ ଜାଗା ଉପରେ ନଜର ରଖିଛନ୍ତି। କାଳର କରାଳ ନଜର ସେଇ ଜାଗା ଉପରେ ପଡି ଯାଇଛି । 
  ସାନ ଭାଇର ଜୀବନ ବଞ୍ଚେଇବାକୁ ଭଉଣୀ ରାହା ଧରି କାନ୍ଦୁଚି , ତ କୋଉଠି ମା ର ରକ୍ତ ଜୁଡୁବୁଡୁ ଶରୀର କୁ ଧରି ପୁଅଟି ଚିତ୍କାର କରୁଛି।
 ଭଙ୍ଗା ଘରର ମାଟି ସ୍ତୁପ ଭିତରେ ଏମିତି କେତେ କେତେ ଜୀବନ ଚାଲି ଯାଇଛି। ଯେତେ ଖୋଳା ଯାଉଛି, ସେତେ ଶବ ବାହାରୁଛି। 
  ତୁର୍କୀ ଏବେ ମଶାଣିର ଭୂଇଁ ପାଲଟି ଯାଇଛି। ଭୂମିକମ୍ପ ଆସି ଚାଲି ଯାଇଛି, କିନ୍ତୁ ଲକ୍ଷ ଲକ୍ଷ ଲୋକଙ୍କ ମୁହଁରୁ ହସ ଛଡ଼େଇ ନେଇଛି। ହଜାର ହଜାର ଲୋକ ଙ୍କୁ ପଙ୍ଗୁ କରି ଦେଇଚି। ମୃତ୍ୟୁ ସଂଖ୍ୟା ୨୪ ହଜାର ରୁ ଅଧିକ ରହିଛି। ୫ ଦିନ ପରେ ବି ଗୋଟିଏ ପରେ ଗୋଟିଏ ଶବ ବାହାରୁଛି। 
 ଆଉ ଯୋଉ ଲୋକମାନେ ବଞ୍ଚି ଯାଇଛନ୍ତି , ସେମାନଙ୍କ ଯନ୍ତ୍ରଣା ମୃତ୍ୟୁ ଠାରୁ କିଛି କମ୍ ନୁହେଁ। ବଞ୍ଚି ଯାଇଥିବା ଲୋକ ଏବେ ଖୋଲା ଆକାଶ ତଳେ ପଡ଼ି ରହିଛନ୍ତି। ଭୋକ ଉପାସରେ, ଶୀତ କାକରରେ ଛଟପଟ ହେଉଛନ୍ତି ।
  ବିଶ୍ବର ୭୦ ଟି ଦେଶ ତୁର୍କୀ ଜାଇ ଉଧାର କାର୍ଯ୍ୟରେ ଲାଗି ପଡିଛନ୍ତି। ଅନେକ ଦେଶରୁ ତୁର୍କୀ ପାଇଁ ସହଯୋଗ ର ହାତ ବଢ଼ା ଯାଇଛି। ତଥାପି ତୁର୍କି ଏବେ ବି କାନ୍ଦୁଛି। ସାରା ବିଶ୍ଵ ବାସି ତୁର୍କୀ ପାଇଁ ପ୍ରାର୍ଥନା କରୁଛନ୍ତି।

ଆମେ ମଧ୍ୟ ପ୍ରଭୂ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛୁ , ସେ ତୁର୍କୀ ର ଜନ ସାଧାରଣ ଙ୍କୁ ସହାୟ ହୁଅନ୍ତୁ। ବିୟୁରୋ ରିପୋର୍ଟ zee7 odia

No comments