Page Nav

HIDE

Classic Header

{fbt_classic_header}

Top Ad

Breaking News:

latest
//

ହୀରାକୁଦ ବନ୍ଧ ରେ ଫାଟ ଦିଶିଲା ଲୋକଙ୍କ ମନରେ ପାପ ଛୁଇଁଲା

       ମାଳିକା ବଚନ ସତ ହୋଇବ, ହୀରାକୁଦ ବନ୍ଧ ନିଶ୍ଚେ ଫାଟିଵ। ଚବିଶ ଅଙ୍କରେ ଓଡ଼ିଶା ଦେଶରେ ହୋଇବ ଜଳ ଗହଳ, ପାଣି ପ୍ରଳୟରେ ଭସିବ ରାଇଜ ସ୍ଥିତି ହେବ ଅସମ୍ଭାଳ।  ହୀରା...


 


     ମାଳିକା ବଚନ ସତ ହୋଇବ, ହୀରାକୁଦ ବନ୍ଧ ନିଶ୍ଚେ ଫାଟିଵ। ଚବିଶ ଅଙ୍କରେ ଓଡ଼ିଶା ଦେଶରେ ହୋଇବ ଜଳ ଗହଳ, ପାଣି ପ୍ରଳୟରେ ଭସିବ ରାଇଜ ସ୍ଥିତି ହେବ ଅସମ୍ଭାଳ। 


ହୀରାକୁଦ ଜଳଭଣ୍ଡାରର ବନ୍ଧ ଦିନେ ଭାଙ୍ଗିବ ଆଉ ସାରା ଓଡ଼ିଶାରେ ପ୍ରଳୟ ସୃଷ୍ଟି ହେବ। ସାରା ରାଇଜ ପାଣିରେ ବୁଡିବ, ଆଉ ଲୋକ ମାନଙ୍କୁ କଲବଲ କରିବ। 

ମାଳିକା ରେ ବର୍ଣ୍ଣିତ ଥିବା ଏହି କଥା, ସତରେ କଣ ସତ ହୋଇଯିବ କି? 


କାରଣ, ହୀରାକୁଦ ଡ଼୍ୟାମ ରେ ଦେଖା ଦେଇଛି ଫାଟ, ଜଳଜଳ ହୋଇ ଦିଶି ଯାଉଛି, ହୀରାକୁଦ କୁ ମାଡ଼ି ଆସୁଥିବା ବିପଦ। 


ତାହେଲେ ସତରେ କଣ ମାଳିକା ର ବଚନ ଏବେ ସତ ହୋଇଯିବ, ସତରେ କଣ ହୀରାକୁଦ ଜଳଭଣ୍ଡାର ଭାଙ୍ଗିଯିବ , ଆଉ ଓଡିଶାରେ ଜଳର ପ୍ରଳୟ ସୃଷ୍ଟି ହେବ। 


ହୀରାକୁଦ ଜଳଭଣ୍ଡାର ବନ୍ଧରେ ଫାଟ ଦେଖାଯିବା ପରେ, ଏହାକୁ ନେଇ ଚର୍ଚ୍ଚା ହେବା ସ୍ବାଭାବିକ କଥା। ପୁଣି ଏମିତି ଚର୍ଚ୍ଚା କୁ ଖୋରାକ ଯୋଗାଉଛି ମାଳିକା ରେ ବର୍ଣ୍ଣିତ ଥିବା ଘଟଣା।

 ମାଳିକାର କଥା ସହ, ବର୍ତ୍ତମାନ ଦେଖା ଦେଇଥିବା ଫାଟ କୁ ମେଲେଇ ଦେଖିଲେ, ଏ କଥା ସତ ବୋଲି ଜଣା ପଡ଼ୁଛି। 


 ହୀରାକୁଦ ଡ଼୍ୟାମ ର କିଛି ହେଇଗଲେ, ପାଣିରେ ବୁଡ଼ିଯିବ ସାରା ଓଡ଼ିଶା। ଖାଲି ପ୍ରଳୟ ନୁହେଁ, ସୃଷ୍ଟି ହେବ ମହା ପ୍ରଳୟ। 

  ମାଳିକା ରେ ହୀରାକୁଦ ବନ୍ଧ ଭାଙ୍ଗିବ ବୋଲି ସୁଚନା ରହିଛି ମାନେ, ଏହା ସତ ହବା ପୁରା ନିଶ୍ଚିତ। 

କିନ୍ତୁ କଣ ଏତେ ଶୀଘ୍ର ମାଳିକା ର କଥା ସତ ହୋଇଯିବ। 


  ହୀରାକୁଦ ରେ ପ୍ରଳୟ ହେଲେ, କେବଳ ଓଡ଼ିଶା ନୁହେଁ, ଆହୁରି ଅନେକ ରାଜ୍ୟକୁ ମଧ୍ୟ ବିପଦ ପଡିବ।


  ଯୋଉ ହୀରାକୁଦ ର ୫ ଟି ଗେଟ୍ ଖୋଲିଲେ , ୧୫ ଟି ଜିଲ୍ଲା ବୁଡ଼ିଯାଏ, ସେଇ ହୀରାକୁଦ ବିପଦରେ ପଡ଼ିଲେ କଣ ହେବ, ଥରେ ଚିନ୍ତା କରନ୍ତୁ।

  

   ହୀରାକୁଦ ଜଳଭଣ୍ଡାରର ଫାଟ ସ୍ପଷ୍ଟ ଦିଶୁଥିଲେ ମଧ୍ୟ, ଏହାକୁ ଅବହେଳା କରାଯାଉଛି।

  ଓଡ଼ିଶା ସରକାର ଗୋଟିଏ ଟିମ କୁ ଡ଼କାଇଥିଲେ । କିନ୍ତୁ, ଅଭିଜ୍ଞତା ନାହିଁ ବୋଲି କହି ସେମାନେ ମନା କରି ଦେଇଥିଲେ। ସରକାର ଏବେ ଏକ ଅଭିଜ୍ଞ ଟିମ୍ କୁ ନେଇ ଫାଟ ମରାମତି କରିବାକୁ ଚିନ୍ତା କରୁଛନ୍ତି।

ଏବେ ଠାରୁ ଯଦି ଏହି ଫାଟ କୁ ଯୋଡ଼ା ନଯାଏ, କିମ୍ୱା ମରାମତି କରା ନଯାଏ, ତେବେ ଅତି ଶୀଘ୍ର ମାଳିକା ର କଥା ସତ ହେବା ନିଶ୍ଚିତ।


   ତେବେ ଆମେ ମଧ୍ୟ ଆଶା କରୁଚୁ, ଓଡ଼ିଶାର ଗର୍ବ ଗୌରବ ହୀରାକୁଦ ବନ୍ଧର କୌଣସି କ୍ଷତି ନହେଉ । ହୀରାକୁଦ ସବୁବେଳେ ସେମିତି ଗର୍ବରେ ଛିଡ଼ା ହୋଇ ରହିଥାଉ।

ଆଉ ଏହାର ଦାୟିତ୍ୱରେ ଥିବା ସଂସ୍ଥା କୁ ମଧ୍ୟ ଅନୁରୋଧ କରୁଛୁ, ସେମାନେ ଯଥା ଶୀଘ୍ର ସଠିକ ପଦକ୍ଷେପ ଗ୍ରହଣ କରନ୍ତୁ।

No comments