Page Nav

HIDE

Classic Header

{fbt_classic_header}

Top Ad

Breaking News:

latest
//

‘ଘୃଣ୍ୟ ଭାଷଣ’ ଅପରାଧରେ ଦୋଷୀ ସାବ୍ୟସ୍ତ ଆଜମ ଖାନ୍‌ଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କଲେ ଅଦାଲତ; ଏବେ ରାମପୁରରେ ଉପନିର୍ବାଚନ ପାଇଁ ପଥ ପରିଷ୍କାର

  ଲକ୍ଷ୍ନୌ:   ଏକ ‘ଘୃଣ୍ୟ ଭାଷଣ’ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସମାଜବାଦୀ ପାର୍ଟି (ସପା)ର ବରିଷ୍ଠ ନେତା ଆଜମ ଖାନଙ୍କ ପକ୍ଷରୁ କରାଯାଇଥିବା ଏକ ଆବେଦନକୁ ଗୁରୁବା...

 


ଲକ୍ଷ୍ନୌ: ଏକ ‘ଘୃଣ୍ୟ ଭାଷଣ’ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସମାଜବାଦୀ ପାର୍ଟି (ସପା)ର ବରିଷ୍ଠ ନେତା ଆଜମ ଖାନଙ୍କ ପକ୍ଷରୁ କରାଯାଇଥିବା ଏକ ଆବେଦନକୁ ଗୁରୁବାର ଦିନ ରାମପୁର ସେସନ୍ସ ଅଦାଲତ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଘୃଣ୍ୟ ଭାଷଣ ମାମଲାରେ ଦୋଷୀ ସାବ୍ୟସ୍ତ ହେବାପରେ ବିଧାୟକ ଥିବା ଆଜମ ଖାନଙ୍କୁ ଉତ୍ତରପ୍ରଦେଶ ବିଧାନସଭାରୁ ଅଯୋଗ୍ୟ ଘୋଷଣା କରାଯାଇଛି।

ରାମପୁର ସେସନ୍ସ ଅଦାଲତର ବିଚାରପତି ଆଜି ଉଭୟ ପକ୍ଷଙ୍କୁ ଶୁଣାଣି କରିବା ପରେ ଆଜମ ଖାନଙ୍କ ପକ୍ଷରୁ ଆଗତ ଆବେଦନକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। ଅଦାଲତଙ୍କ ଆଜିର ରାୟ ପରେ ଆଜମ ଖାନଙ୍କୁ ଅଯୋଗ୍ୟ ଘୋଷଣା ପରେ ଖାଲି ପଡିଥିବା ରାମପୁର ସଦର ଆସନରେ ଉପନିର୍ବାଚନ ଅନୁଷ୍ଠିତ କରାଇବା ପାଇଁ ପଥ ପରିଷ୍କାର ହୋଇଯାଇଛି।କାରଣ, ସୁପ୍ରିମକୋର୍ଟ ପୂର୍ବରୁ ଆଜମ ଖାନଙ୍କ ଆବେଦନର ଶୁଣାଣି କରି ରାୟ ଶୁଣାଇଥିଲେ ଯେ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ରାମପୁର ସଦର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ କରାଇବାକୁ ନିର୍ବାଚନ କମିଶନ ବିଜ୍ଞପ୍ତି ଜାରି କରିପାରିବେ ନାହିଁ। ଆଜମ ଖାନଙ୍କ ଆବେଦନ ଉପରେ ସେସନ୍ସ ଅଦାଲତ ନିଷ୍ପତ୍ତି ନେବା ପରେ ଯାଇ ନଭେମ୍ବର ୧୧ରେ କିମ୍ବା ତା’ପରେ ଉପନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇପାରିବ ବୋଲି ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଥିଲେ।

ଅକ୍ଟୋବର ୨୭ରେ ରାମପୁରର ସାଂସଦ-ବିଧାୟକ ଅଦାଲତ ଆଜମ ଖାନଙ୍କୁ ଘୃଣ୍ୟ ଭାଷଣ ମାମଲାରେ ଦୋଷୀ ସାବ୍ୟସ୍ତ କରି ତିନି ବର୍ଷ ଜେଲକୁ ପଠାଇଥିଲେ।


No comments